ଶୈଳ ଶ୍ରୀକ୍ଷେତ୍ରରେ ଦେବ ଦୀପାବଳୀ

You are currently viewing ଶୈଳ ଶ୍ରୀକ୍ଷେତ୍ରରେ ଦେବ ଦୀପାବଳୀ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଦିନିଆ ଦେବ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଛି। ଏ ଅବସରରେ ଦିଅଁ ମାନଙ୍କୁ ସ୍ଵତନ୍ତ୍ର ନିତିକାନ୍ତି ସହ ପୂଜାର୍ଚ୍ଚନା କରାଯାଇଛି। ଦେବ ଦୀପାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପୂର୍ବ ପୁରୁଷ ମାନଙ୍କୁ ପିଣ୍ଡ ଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରନ୍ତି।

ଏହି ସମୟରେ ଦିଅଁମାନେ ଶ୍ୱେତ ବସ୍ତ୍ର ପରିଧାନ କରି ପବିତ୍ରତା ରକ୍ଷା କରିଥାନ୍ତି। ଦେବ ଦୀପାବଳୀ ଅବସରରେ ମନ୍ଦିରକୁ ଦୀପ ଆଲୁଅରେ ସୁସଜ୍ଜିତ କରାଯାଇଥିଲା। ଶତାଧିକ ଭକ୍ତ ସନ୍ଧ୍ୟାରେ ମନ୍ଦିରରେ ସମବେତ ହୋଇ ଦିଅଁ ମାନଙ୍କ ଆଶିଷ ଗ୍ରହଣ କରିଥିଲେ ।

Share

Leave a Reply