ଅନୁଗୁଳ: ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଅନୁଗୁଳ ଜିଲ୍ଲାର ବରପୁତ୍ର ତଥା କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁ ର ଏସ୍ଓଜି କମାଣ୍ଡୋ ଦେବାଶିଷ ସେଠି ଗତ ବର୍ଷ କଳାହାଣ୍ଡି ଫୁଲବାଣୀ ଜିଲ୍ଲା ସୀମାନ୍ତରେ
ନକ୍ସଲଙ୍କ ସହ ଲଢେଇ କରି ସହିଦ ହୋଇଥିଲେ। ସହିଦ ହେବା ପୁର୍ବରୁ ଦେବାଶିଷ ପାଞ୍ଚ ଜଣ ହାର୍ଡକୋର ନକ୍ସଲଙ୍କୁ ଗୁଳି କରି ହତ୍ୟା କରିଥିଲେ। ଦେବାଶିଷଙ୍କ ଅଦମ୍ୟ ସାହସ ଓ ବଳିଦାନ ଖବର ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଏହା ଦେଶ ସାରା ଚର୍ଚ୍ଚାର ବିଷୟ ହୋଇଥିଲା ଏବଂ ଏଥିପାଇଁ ତାଙ୍କୁ ତୃତୀୟ ସର୍ବଶ୍ରେଷ୍ଠ ସିଭିଲିଅନ ଆୱାର୍ଡ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା ସହିଦ ଦେବାଶିଷଙ୍କ ପିତାମାତା ଦିଲ୍ଲୀ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ମର୍ଯ୍ୟାଦା ଜନକ ପୁରସ୍କାର ଗ୍ରହଣ କରିଥିଲେ ।
ସହିଦ ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର
