୫ରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ନିଜ ଆପତ୍ତି ଅଭିଯୋଗ ଉପସ୍ଥାପନ କରିପାରିବେ ଲୋକେ

You are currently viewing ୫ରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ନିଜ ଆପତ୍ତି ଅଭିଯୋଗ ଉପସ୍ଥାପନ କରିପାରିବେ ଲୋକେ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମାନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ ବୋଲି ନିଷ୍ପତ୍ତି ହୋଇଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଡିସେମ୍ବର ମାସ ୫ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସେହିପରି ୧୨ ତାରିଖ ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟ, ୧୯ ତାରିଖ ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଓ ୨୬ ତାରିଖ ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟରେ ଜନ ଶୁଣାଣି ଅନୁଷ୍ଠିତ ହେବ। ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

Share

Leave a Reply