ଜିଲ୍ଲା କାର୍ଯ୍ୟାଳୟ ଭିତରେ ଗଳିତ ଷଣ୍ଢ

You are currently viewing ଜିଲ୍ଲା କାର୍ଯ୍ୟାଳୟ ଭିତରେ ଗଳିତ ଷଣ୍ଢ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଭିତରେ ନବସନ୍ଧା ବିଭାଗ ନିକଟରେ ଦୁଇ ଦିନ ହେବ ଗୋଟିଏ ଷଣ୍ଢ ମରି ପଡିଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ଗୋ ସେବକ ରୁକେଶ ରସନ ଦାସ। ଷଣ୍ଢଟି ଅସୁସ୍ଥ ଥିବାବେଳେ ୧୯୬୨ ହେଲ୍ପ ଲାଇନକୁ ଫୋନ କରାଯାଇଥିଲା। ସେମାନେ ଆସି ଚିକିତ୍ସା କରିଥିଲେ। ଏହା ସତ୍ତ୍ୱେ ଷଣ୍ଢଟି ମରି ଯାଇଥିଲେହେଁ କେହି ବି ପୌରପାଳିକାକୁ ଖବର ଦେଇ ନଥିଲେ। ଶବଟି ପଚି ବାକୁ ବସି ଥିବାରୁ ଏହାକୁ ତୁରନ୍ତ ଉଠାଇବାକୁ ସାଧାରଣରେ ଦାବି ହେଉଛି ।

Share

Leave a Reply