ଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

You are currently viewing ଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଡେଲିଭରି ଡଟ୍ କମ୍ ନାମକ ଏକ ସଂସ୍ଥାର ସହକାରୀ ସିକ୍ୟୁରିଟି ଅଧିକାରୀ ବିଭୁତି ଭୂଷଣ ମହାକୁଡ଼ ମଙ୍ଗଳବାର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ଅମିତ ବାଦି ନାମକ ତାଙ୍କର ଜଣେ ଡେଲିଭରି ବୟ ଗୋଟିଏ ମୋବାଇଲ ଫୋନ୍ ଓ ଏକ ସ୍ମାର୍ଟ ୱଚ୍ ନେଇ ଫେରାର ହୋଇଯାଇଛି। ଏହି ଅଭିଯୋଗ ପାଇ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଡେଲିଭରି ବୟ ଅମିତଙ୍କୁ ତାଙ୍କ ଗାଁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତିଲେଇମୁଣ୍ଡା ଗାଁରୁ ଗିରଫକରିବାସହ ଚୋରି ମୋବାଇଲ ଫୋନ ଓ ସ୍ମାର୍ଟ ୱାଚ୍କୁ ଜବତ କରିଥିଲା।

 

Share

Leave a Reply