ପୁଅର ହତ୍ୟାକାରୀକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ପ୍ରସନ୍ନ ବାରିକ

You are currently viewing ପୁଅର ହତ୍ୟାକାରୀକୁ ଗିରଫ ଦାବିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ପ୍ରସନ୍ନ ବାରିକ

ଅନୁଗୁଳ: ପୁଅ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ପ୍ରସନ୍ନ ବାରିକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରସନ୍ନ ବାରିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାନ ପୁଅକୁ ପ୍ରି ପ୍ଲାନ ମର୍ଡର କରି ଦୁର୍ଘଟଣାର ରୂପ ଦିଆ ଯାଇଥିଲା। ଏ ନେଇ ପରିବାର ଲୋକେ ଜାଣିବା ପରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଥାନା ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ଆଜି ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ସାନ ପୁଅକୁ ହତ୍ୟା କରିଥିବା ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିବା ସହ ଘଟଣାର କ୍ରାଇମ୍ ବ୍ରାଞ୍ଚ ଏବଂ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପ୍ରସନ୍ନ ବାଇକ୍।

Share

Leave a Reply