ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପସି ପଞ୍ଚାୟତର କଦଳିମୁଣ୍ଡା ଗ୍ରାମବାସୀ ଜାତୀୟ ରାଜପଥ କଡ଼ରେ ସର୍ଭିସ ରୋଡ ଓ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, କଦଳିମୁଣ୍ଡାରେ ଦୁଇଟି ଫ୍ଲାଇଓଭର ବ୍ରିଜ୍ ନିର୍ମାଣ ହୋଇଥିଲେ ମଧ୍ୟ ସର୍ଭିସ ରୋଡ ଓ ଡ୍ରେନ ନଥିବାରୁ ସାମାନ୍ୟ ବର୍ଷାରେ ପାଣି ଘରେ ପଶୁଛି ଏବଂ ଯାତାୟାତରେ ବ୍ୟାପକ ଅସୁବିଧା ହେଉଛି। ଏହି ସମସ୍ୟା ନେଇ ସ୍ଥାନୀୟ ବ୍ଲକ, ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ମିଳିନାହିଁ।
ମନ୍ତ୍ରୀ ପ୍ରଧାନ ଏହି ଦାବିପତ୍ର ଗ୍ରହଣ କରି ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଛନ୍ତି ଏବଂ ତୁରନ୍ତ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।