ଅନୁଗୁଳ ରେଳସେବାର ଉନ୍ନତି ଦାବି: ପୂର୍ବତଟ ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

You are currently viewing ଅନୁଗୁଳ ରେଳସେବାର ଉନ୍ନତି ଦାବି: ପୂର୍ବତଟ ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରେଳସେବାର ଉନ୍ନତି ପାଇଁ ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ପୂର୍ବତନ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କମିଟି କହିଛି, ଅନୁଗୁଳ ଜିଲ୍ଲାର ରେଳଯାତ୍ରୀମାନେ ମୁଖ୍ୟତଃ ନିର୍ଭର କରୁଥିବା ଅନୁଗୁଳ-ପୁରୀ ମେମୁ ଏବଂ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଚଳାଚଳରେ ଅହେତୁକ ବିଳମ୍ବ କରୁଛି। ଏଣୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ କମ୍ପାନୀର ମାଲ ପରିବହନ ଗାଡି ଚଳାଚଳ ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀବାହୀ ଟ୍ରେନ୍ ଗୁଡିକୁ ଅଯଥାରେ ଷ୍ଟେସନଗୁଡିକରେ ପକାଇ ରଖାଯାଉଛି ବୋଲି କମିଟି ଅଭିଯୋଗ କରିଛି।

ଏଣୁ ୯ଦଫା ଦାବିରେ ଅନୁଗୁଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ପୂର୍ବତଟ ରେଳପଥର ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଷ୍ଟେସନମାଷ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ଆବାହକ ଅଭିମନ୍ୟୁ ସ୍ୱାଇଁ, ବ୍ରଜବନ୍ଧୁ ସାହୁ, ନିରୋଦ ଚନ୍ଦ୍ର ପାଳ, ଜୟସେନ ମେହେର, ପଠାଣୀ ବାରିହା, ତୀର୍ଥବାସୀ ଭୋଇ, ମାନସ ପାଳ, ଦାମୋଦର ଦାସ, ତ୍ରିଲୋଚନ ଜେନା, ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply