ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦାବି, ମାସେ ଭିତରେ ଚୋରି ହେଲାଣି ଏକାଧିକ ମୋବାଇଲ, ପର୍ସ

You are currently viewing ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦାବି, ମାସେ ଭିତରେ ଚୋରି ହେଲାଣି ଏକାଧିକ ମୋବାଇଲ, ପର୍ସ

ଅନୁଗୁଳ: ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାଲକୋ ସ୍ପୋନ୍ସସର୍ଡ ଏଲ ଏ.ପି./ଆଇ.ଟି.ଆଇ (୧୯)କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ସାଧାରଣ ସମ୍ପାଦକ।

ଆଜି ଅନୁଗୁଳ ଥାନାରେ ସେ ଅଭିଯୋଗ କରିଛନ୍ତି, ପ୍ରାୟ ୧୮୨ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବିରେ ସେମାନେ ଅହୋରାତ୍ର ସପରିବାର ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। କିନ୍ତୁ ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସଙ୍ଘର କିଛି ସଦସ୍ୟ ଧାରଣାସ୍ଥଳରେ ଶୋଇଥିବା ସମୟରେ ଚୋର ଜଣେ ସଦସ୍ୟଙ୍କ ଠାରୁ ମୋବାଇଲ ଚୋରି କରିନେଇ ଯାଇଛି। ଅନ୍ୟମାନେ ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପାରିନଥିଲେ। ଚୋରଟି ନିଜ ସାଇକେଲ ଛାଡ଼ି ପଳାଇଛି। ବିଗତ କିଛିଦିନ ହେଲା ଏଭଳି ଘଟୁଥିବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି। ଏଣୁ ଧାରଣାସ୍ଥଳରେ ନିୟୋଜିତ ଥିବା ଦୁଇ ଜଣ ଗୃହରକ୍ଷୀଙ୍କୁ ନିଜ ଦାୟିତ୍ୱ ତୁଲାଇବାକୁ ସେ ଜଣାଇଛନ୍ତି।

Share

Leave a Reply