ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ବିକ୍ଷୋଭ

You are currently viewing ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ବିକ୍ଷୋଭ

ଅନୁଗୁଳ: ସ୍ଥାନୀୟ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଶିକ୍ଷକ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ।

ଅଭିଯୋଗ ମୁତାବକ, ୧୯୮୨ ମସିହା ଠାରୁ ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ଏହି ସ୍କୁଲ ସ୍ଥାପନ ହୋଇଛି। ୫ ହଜାର ଜନସଂଖ୍ୟା ବିଶିଷ୍ଟ ବଡକଞ୍ଜନୀ, ସାନକଞ୍ଜନୀ, ନୂଆପଡ଼ା, ସଟରାଙ୍ଗ, ସାରଙ୍ଗପୁର ପ୍ରଭୃତି ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଜନସାଧାରଣଙ୍କ ସହଯୋଗରେ ଏହି ବିଦ୍ୟାଳୟ ତିଆରି ହୋଇଥିଲା। ବର୍ତ୍ତମାନ ସ୍କୁଲରେ ୬ଷ୍ଠ ଓ ୭ମ ଶ୍ରେଣୀରେ ୬୧ ଜଣ ଛାତ୍ରଛାତ୍ରୀ ନାମ ଲେଖିଛନ୍ତି।

ଅନ୍ୟପଟେ ୨୦୨୨ ଏପ୍ରିଲ ଠାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି। ଫଳରେ ପ୍ରାୟ ୬ ମାସ ହେବ ବିଦ୍ୟାଳୟ କୌଣସି ଶିକ୍ଷକ ନଥିବାରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ବିଦ୍ୟାଳୟ ଠାରୁ ନିକଟବର୍ତ୍ତୀ ବିଦ୍ୟାଳୟର ଦୂରତା ପ୍ରାୟ ୫ ରୁ ୭ କିମି ହୋଇଥିବାରୁ ପିଲାମାନେ ସେଠାକୁ ଯାଇ ପଢିପାରୁନାହାନ୍ତି। ଫଳରେ ପାଠ ପଢା ଛାଡିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏହି ସ୍କୁଲରେ ପୁନଃ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଇ ବିଦ୍ୟାଳୟକୁ ଚଳାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ଲୋକେ ଗଣଧାରଣା ଦେଇଛନ୍ତି।

Share

Leave a Reply