ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ତୁରଙ୍ଗ ଶୀତଳ ବିହାର ହାଉସିଂ ସୋସାଇଟି ଭିତରେ ଏକ ବିଜ୍ଞାପନ ସଂସ୍ଥା ସୋସାଇଟିର ବିନା ଅନୁମତିରେ ଏକ ହୋର୍ଡିଙ୍ଗ ଲଗାଇଛି। ସୋସାଇଟିରୁ ଲୋକମାନେ ଜାତୀୟ ରାଜପଥକୁ ବାହାରିବା ବେଳେ ଗୋଟିଏ ପଟୁ ଆସୁଥିବା ଯାନବାହନକୁ ଦେଖି ପାରୁ ନାହାନ୍ତି। ଅନେକ ଥର ଏଠାରେ ଛୋଟ ବଡ ଦୁର୍ଘଟଣା ଘଟିଲାଣି। ତେଣୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଶୁଣାଣି ଦିବସରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟଙ୍କୁ ଭେଟି ହୋର୍ଡିଙ୍ଗ ଉଛେଦ ପାଇଁ ଦାବି ଜଣାଇ ଥିଲେ। ସୋସାଇଟି ପକ୍ଷରୁ ସମ୍ପାଦକ ସୁଶାନ୍ତ କୁମାର ନନ୍ଦ ଏବଂ ଅନ୍ୟ କର୍ମକର୍ତା ସ୍ମାରକ ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ବେଆଇନ ହୋର୍ଡିଙ୍ଗ ଉଛେଦ ପାଇଁଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର
- Post published:March 5, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul