ପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବି

You are currently viewing ପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବି

ଅନୁଗୁଳ: ପେନସନ ଆଇନ ସଂଶୋଧନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ପେନସନର୍ ମାନଙ୍କ ପ୍ରତିବାଦ ପରିପ୍ରେକ୍ଷୀରେ ଆଠମଲ୍ଲିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ଆହ୍ଵାନରେଆଠମଲ୍ଲିକ, କିଶୋରନଗର ଓ ଅନୁଗୁଳ ବ୍ଲକର କର୍ମକର୍ତ୍ତା ମାନେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଜରିଆରେ ଦେଶର  ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଥିଲେ।ସରକାରଙ୍କ ଅର୍ଥ ଆଇନ ୨୦୨୫ ସଂଶୋଧିତ ୪ର୍ଥ ପରିଚ୍ଛେଦକୁ ପ୍ରତ୍ୟାହାର ଦାବି କରି ଏହି ପ୍ରତିବାଦ ପତ୍ର ଦିଆଯାଇଥିଲା। ବିବେକାନନ୍ଦ ଭୁକ୍ତା, ବିଜନ ବିହାରୀ ସାହୁ, ସନ୍ତୋଷ କୁମାର ପ୍ରଧାନ, ବୀରେନ ପଟ୍ଟନାୟକ, ଭବାନୀ ଶଙ୍କର ମିଶ୍ର, ବିରେନ୍ଦ୍ର ସାହୁ ପ୍ରମୁଖ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Share

Leave a Reply