ଅନୁଗୁଳ: ଏବେ ଯାଏଁ ଅନୁଗୁଳ ଜିଲ୍ଲାରେ ମଣ୍ଡି ନ ଖୋଲିବା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଜିଲ୍ଲାରେ ଖୁବଶୀଘ୍ର ଧାନମଣ୍ଡି ଖୋଲିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଉତ୍ପାଦନ କରିଥିବା ଧାନକୁ ବିକ୍ରି କରି ପାରୁ ନାହାଁନ୍ତି। ଏଣୁ ଯଦି ଆଗାମୀ ସାତ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍ଡି ଖୋଲା ନ ଯାଏ ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି କୃଷକ ମୋର୍ଚ୍ଚା ଚେତାବନୀ ଦେଇଛି।
ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଜଗନ୍ନାଥ ଗଡ଼ନାୟକ ସିଂହ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଶ୍ରୀପତି ସାହୁ, ଅଶୋକ କୁମାର ପ୍ରଧାନ, ମିତା ପାତ୍ର, ବିଭୁତି ଭୂଷଣ ନାଏକ, ଭୀଷ୍ମ ପ୍ରଧାନ, ଅଜୟ କୁମାର ବେହେରା, ସତ୍ୟବ୍ରତ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।