ରକ୍ତ ଭଣ୍ଡାର ପାଇଁ ଏକ ବସ୍ ଦାବିରେ ତାଳଚେର ବିଧାୟକଙ୍କୁ ସ୍ମାରକ

You are currently viewing ରକ୍ତ ଭଣ୍ଡାର ପାଇଁ ଏକ ବସ୍ ଦାବିରେ ତାଳଚେର ବିଧାୟକଙ୍କୁ ସ୍ମାରକ

ଅନୁଗୁଳ: ଅନୁଗୁଳ ରକ୍ତଭଣ୍ଡାର ପାଇଁ ଏକ ବସ୍ ଯୋଗାଇଦେବାକୁ ଅନୁଗୁଳର ସ୍ବେଚ୍ଛାସେବୀ ମାନେ ତାଳଚେର ବିଧାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଠାରେ

ସୂଚନା ଯୋଗ୍ୟ ଯେ, ଅନୁଗୁଳ ରକ୍ତ ଭଣ୍ଡାର ଅଧୀନରେ ଥିବା ଦୁଇଟି ବସର ଚଳାଚଳ ସୀମା ସରିଯାଇଛି।ଆଉ ଗୋଟିଏ ବଡ ବସ୍ ରହିଛି ଯାହାକି ଛୋଟ ଛୋଟ ଗାଁକୁ ରକ୍ତ ସଂଗ୍ରହ ପାଇଁ ଯାଇ ପାରୁନାହିଁ। ତେଣୁ ୧୫ ଆସନ ବିଶିଷ୍ଟ ଏକ ମିନି ବସର ଘୋର ଆବଶ୍ୟକତା ରହିଛି।ଏହାକୁ ଦୃଷ୍ଟିରେ ରଖି ସ୍ବେଚ୍ଛାସେବୀ ପ୍ରତାପ କୁମାର ମହାପାତ୍ର,ଜୟନ୍ତ କୁମାର କର,ସୌମ୍ୟ ରଞ୍ଜନ ଦାଶ,ପର୍ଶୁରାମ ଦାସ, ଜୟନ୍ତ କୁମାର କର ପ୍ରମୁଖ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛନ୍ତି।    ଶ୍ରୀ ପ୍ରଧାନ ଏହି ଦାବିକୁ ବିଚାର କରି ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply