ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ପାଠଶାଳା ଅନୁଷ୍ଠାନର କର୍ମକର୍ତ୍ତା। ସେମାନଙ୍କ ଦାବି ହେଉଛି, ଆଠମଲ୍ଲିକ ଉପଖଣ୍ଡରେ ଏକ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନ କରିବା, ଅନୁଗୁଳର ପୁରାତନ ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା, ବଡ଼କେରା ଚମ୍ପତିମୁଣ୍ଡାସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ ମାଳତୀ ଦେବୀଙ୍କ ଗଢା ଜୀବନ ବିଦ୍ୟାଳୟର ପୁନରୁଦ୍ଧାର କରିବା, ଅନୁଗୁଳ ଜିଲ୍ଲାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ତଥା ନିର୍ମିତ ହେଉଥିବା କ୍ୟାମ୍ପସ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ସ୍ଥାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ କରିବା, ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ମାଗଣା ଇଣ୍ଟରନେଟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଏସବୁ ସମସ୍ୟାକୁ ଅନୁଧ୍ୟାନ କରିବା ସହ ସମାଧାନର ସୂତ୍ର ବାହାର କରିବାକୁ ପାଠଶାଳା ଅନୁଷ୍ଠାନର କର୍ମକର୍ତ୍ତା ନିରୋଦ କୁମାର ସାହୁ, ଭବାନୀ ଶଙ୍କର ସାହୁ, ନୀତିଶ ଚନ୍ଦ୍ର ବେହେରା ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି କରିଛନ୍ତି।



