କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋର ନଗରକୁ ଏନଏସି ଦାବି କରି ଆଜି କଲେଜ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ ରୁ ଅଧିକ ଏନଏସି ଘୋଷଣା କରିସାରିଲେଣି। ହେଲେ କିଶୋର ନଗର ବ୍ଲକ ହେଡକ୍ବାର୍ଟର ତାଲିକାରେ ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ କିଶୋର ନଗର କଲେଜ ଛକ ଠାରେ ପ୍ରତିବାଦ କରିଛନ୍ତି। ଯଦି କିଶୋରନଗରକୁ ଆଗାମୀ ଦିନରେ ଏନଏସି ଘୋଷଣା କରା ନ ଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
କିଶୋରନଗରକୁ ଏନଏସି ମାନ୍ୟତା ଦାବି, ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକ
- Post published:March 13, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul