ଖାଲି ପଡ଼ିଥିବା ଶିକ୍ଷକ- ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

You are currently viewing ଖାଲି ପଡ଼ିଥିବା ଶିକ୍ଷକ- ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଅନୁଗୁଳ: ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ- ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ଅଲ ଇଣ୍ଡିଆ ଅନ୍ ଏମ୍ପ୍ଲୋୟେଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି। ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟିକରଣ ବନ୍ଦ କରିବା ପାଇଁ କମିଟି ତରଫରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

କମିଟିର ଦାବି ମୁତାବକ, ରାଜ୍ୟରେ ଦୀର୍ଘ ଦିନ ହେଲାଣି ସିଟି ଓ ବିଇଡି ତାଲିମ୍ ନେଇ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ଆଶାରେ ଅଛନ୍ତି। ତଥାପି ସେମାନଙ୍କୁ ଚାକିରି ଦେଇପାରୁନାହାନ୍ତି ସରକାର। ଅନେକ ସ୍କୁଲରେ ବହୁତ ଶିକ୍ଷକ ପଦ ଖାଲି ପଡ଼ିଥିଲେ ବି ଟ୍ରେନିଂ ନେଇଥିବା ପ୍ରାର୍ଥୀଙ୍କୁ ସରକାର ନିଯୁକ୍ତି ଦେଉନାହାନ୍ତି। ଫଳରେ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହେଉଛି। ଏଣୁ ରାଜ୍ୟ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଇ ସିଟି ଓ ବିଇଡି ତାଲିମ୍ ନେଇଥିବା ପିଲାଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଦାବି କରିଛନ୍ତି ଅଲ ଇଣ୍ଡିଆ ଅନ୍ ଏମ୍ପ୍ଲୋୟେଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି।

Share

Leave a Reply