ଖୁସି ଖବର! ଡେଙ୍ଗୁ ପାଇଁ ବାହାରିଲା ଟିକା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ମିଳିଲା ମଞ୍ଜୁରୀ

You are currently viewing ଖୁସି ଖବର! ଡେଙ୍ଗୁ ପାଇଁ ବାହାରିଲା ଟିକା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ମିଳିଲା ମଞ୍ଜୁରୀ
xr:d:DAFPkcp-DjU:216,j:6734410619183873244,t:23091807

ଭୁବନେଶ୍ବର: ଏଇ କିଛି ବର୍ଷ ହେବ ଡେଙ୍ଗୁ ଜ୍ୱର ଚିନ୍ତା ବଢ଼ାଇଛି। ଆଗକୁ ବର୍ଷା ଋତୁ ଆସୁଥିବାବେଳେ ମଶା ଜନିତ ଏହି ରୋଗ ଅସହ୍ୟ ହେବାର ଆଶଙ୍କା ରହିଛି। ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଡେଙ୍ଗୁ ଟିକା ବାହାରିଛି। ଜାପାନର ଫାର୍ମାସିଟିକାଲ କମ୍ପାନି ତାକେଡାର ଡେଙ୍ଗୁ ଟିକାକୁ ଅନୁମୋଦନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ସୂଚନାଯୋଗ୍ୟ, ତାକେଡା ଦ୍ବାରା ପ୍ରସ୍ତୁତ ଏହି ଟିକା କିଦେଙ୍ଗା ବ୍ରାଣ୍ଡ ନାମର ନାମିତ। ଭାରତୀୟ ଟିକା କମ୍ପାନି ବାୟୋଲୋଜିକାଲ-ଇ ସହ କିଦେଙ୍ଗା ଏହାର ଉତ୍ପାଦନ ଲାଗି ଏକ ରାଜିନାମା ସ୍ବାକ୍ଷରିତ କରିଛି। ବାର୍ଷିକ ୧୦୦ ନିୟୁତ ଡୋଜ ପ୍ରସ୍ତୁତ କରାଯିବା ନେଇ ଲକ୍ଷ୍ୟ ରହିଛି।

ଏହି ଟିକା ଡେଙ୍ଗୁ ଭୂତାଣୁର ୪ଟି ଷ୍ଟେରିଓଟାଇପ କବଳରୁ ରକ୍ଷା କରିପାରିବ। ବିଶେଷ କରି ୬ ରୁ ୧୬ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର। ଏଥିସହ ଖୁବଶୀଘ୍ର ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Share

Leave a Reply