ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

You are currently viewing ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଅନୁଗୁଳ: ବଅଁରପାଳ ବ୍ଲକ କୁଇଓ ଜାମୁନାଳୀ ଗାଁରେ ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନ କଳସ ଯାତ୍ରା କରାଯାଇଥିଲା। ତା’ ପର ଦିନ ସୂର୍ଯ୍ୟ ପୂଜା, ଗ୍ରହ ବାସ୍ତୁ ଯୋଗିନୀ କ୍ଷେତ୍ରପାଳ ପୂଜା, ଚଣ୍ଡୀପାଠ ରୁଦ୍ରୀ ପାଠ ହୋମଯଜ୍ଞ ଠାକୁରଙ୍କ ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ବୁଧବାର ଯଜ୍ଞ କର୍ମ ସହିତ ମନ୍ଦିର ଓ ସିଂହାସନ ପ୍ରତିଷ୍ଠା ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ସିଂହାସନ ବିଜେ କରାଯାଇ ଅପରାହ୍ନରେ ପୂର୍ଣ୍ଣାହୂତି ଦିଆଯାଇଥିଲା।

କର୍ତ୍ତା ଭାବେ ପୂର୍ବତନ ସରପଞ୍ଚ ତଥା ମନ୍ଦିର ପ୍ରତିଷ୍ଠାତା ତ୍ରିନାଥ ପ୍ରଧାନ ଏବଂ ଧର୍ମ ପତ୍ନୀ ରଂଜନା ପ୍ରଧାନ ପୂଜା ବିଧି ତୁଲାଇ ଥିଲେ। କାର୍ଯ୍ୟକ୍ରମରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ, ସୁବାଷ ନନ୍ଦ, ସଂଜୟ ମହାପାତ୍ର, ମିଲନ ଦାସ ଏବଂ ବିନୟ କର ପୂଜା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଇଠୁ ପ୍ରଧାନ, ସନାତନ ପଟ୍ଟନାୟକ, ବସନ୍ତ ପ୍ରଧାନ, ମାର୍କଣ୍ଡ ବାଘ, ବିନୟ ସାହୁ, କ୍ଷୀରୋଦ ପ୍ରଧାନ, ସନାତନ ପ୍ରଧାନ, ବୋଲବମ କମିଟି ସଦସ୍ୟ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Share

Leave a Reply