ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ବୁଢ଼ୀ ଠାକୁରାଣୀ ଛକରେ ଏକ ଢମଣା ଛୁଆ ପାଇଁ ରାସ୍ତା ଜାମ ହୋଇଯାଇଥିଲା। ଘଟଣାରୁ ପ୍ରକାଶ, ବେଣାଗାଡିଆର ଗୋବର୍ଦ୍ଧନ ବେହେରା ଅନୁଗୁଳ ଆସିଥିବା ବେଳେ ବୁଢ଼ୀ ଠାକୁରାଣୀ ଛକ ପାଖରେ ଲକ୍ଷ୍ୟ କଲେ ଗୋଟେ ସାପ ତାଙ୍କ ହୋଣ୍ଡା
ଆକ୍ଟିଭା ବଡି ଭିତରେ ପଶି ଯାଇଛି। ସେ ଭୟରେ ଗାଡିରୁ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଲେ। କିଏ କହିଲା ଚିତି ତ କିଏ କହିଲା ନାଗ ପଶିଚି। ସର୍ପମିତ୍ର ଆଦିତ୍ୟ ବେହେରା ଖବର ପାଇ ଆସିଲେ।ଗାଡ଼ି ମେକାନିକ୍ ଆସିଲେ। ଗାଡ଼ିର ବଡି ଖୋଲା।ଗଲା। ଅଧଘଣ୍ଟା ଧରି ଏ ପାଲା ଦେଖିବାକୁ ଏମିତି ଭିଡ ଜମିଲା, ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଆସିଲା।ଶେଷରେ ଆଦିତ୍ୟ ସାପକୁ କାଢିବା ପରେ ଦେଖାଗଲା ସେଇଟା ଗୋଟେ ଢମଣା ଛୁଆ।