ତୁଟୁନି ଜାତୀୟ ରାଜପଥ ସମସ୍ୟା: ଆଜିଠୁ କୃଷି ଭବନ ସାମ୍ନାରେ ସଚେତନ ନାଗରିକଙ୍କ ଧାରଣା

You are currently viewing ତୁଟୁନି ଜାତୀୟ ରାଜପଥ ସମସ୍ୟା: ଆଜିଠୁ କୃଷି ଭବନ ସାମ୍ନାରେ ସଚେତନ ନାଗରିକଙ୍କ ଧାରଣା

ଅନୁଗୁଳ: ଅନୁଗୁଳରେ ଜାତୀୟ ରାଜପଥର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜାତୀୟ ରାଜପଥ ସମସ୍ୟାର ସମାଧାନ, ବାଇପାସ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଓ ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନହେବା ଯାଏଁ ଆଜି ଠାରୁ କୋର୍ଟ ନିକଟସ୍ଥ କୃଷିଭବନ ସମ୍ମୁଖରେ ସକାଳ ୧୧ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବ। ଏଣୁ ଲୋକେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଚେତନ ନାଗରିକଙ୍କ ପକ୍ଷରୁ ନିବେଦନ କରାଯାଇଛି।

ସୂଚନା ମୁତାବକ, ବିଭିନ୍ନ ଦାବି ସତ୍ତ୍ୱେ ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଫଳରେ ଲୋକ ଗୁରୁତର ଦୁର୍ଘଟଣାର ଶିକାର ହେଉଥିବା ବେଳେ ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏଣୁ ଏହାର ସମାଧାନ ପାଇଁ ଗଣଧାରଣା ଡାକରା ଦିଆଯାଇଛି।

Share

Leave a Reply