ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଇଛାପୁର ଗାଁରୁ କଙ୍ଗାରୁ କୋର୍ଟର ରାଏରେ ବାସନ୍ଦ ହୋଇଥିବା ପରିବାର ସଦସ୍ୟ ସୋମବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, ଗାଁର ୫ଟି ପରିବାରକୁ ପ୍ରାୟ ୩ ବର୍ଷରୁ ଅଧିକ ଦିନ ହେବ କୌଣସି କାରଣରୁ ଗ୍ରାମ୍ୟ କମିଟିର ନିଷ୍ପତ୍ତି କ୍ରମେ ଗାଁରୁ ବାସନ୍ଦ କରିଦିଆଯାଇଛି। କଙ୍ଗାରୁ କୋର୍ଟର ରାୟରେ ବିଶେଷକରି ଭଲ ପାଇ ବିବାହ କରୁଥିବା ଯୁବକ ଯୁବତୀ ମାନଙ୍କୁ ଆର୍ଥିକ ଦଣ୍ଡ ବିଧାନ କରୁଛନ୍ତି। କଙ୍ଗାରୁ କୋର୍ଟ ଚଳାଉଥିବା ତଥାକଥିତ ମୁଷ୍ଟିମେୟଙ୍କ ଅନ୍ୟାୟ କାର୍ଯ୍ୟକୁ ବିରୋଧ କରିବା, ଜନ ସାଧାରଣଙ୍କ କୋଠା ସମ୍ପତି ତୋଷାରପାତକୁ ବିରୋଧ କରିବା, ଗାଁର ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ କରୁଥିବା ଲୋକଙ୍କୁ ଗାଁ କଙ୍ଗାରୁ କୋର୍ଟରେ ବାସନ୍ଦ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ୫ ପରିବାର। ତେଣୁ ଏହାର ତଦନ୍ତ କରାଯାଇ ଗାଁର କଙ୍ଗାରୁ କୋର୍ଟ ଚଳାଉଥିବା ଲୋକଙ୍କୁ ଦଣ୍ଡବିଧାନ କରିବାକୁ ଦାବିକରି ଏହି ଧାରଣା ଦିଆଯାଇଛି।
କଙ୍ଗାରୁ କୋର୍ଟରେ ବାସନ୍ଦ ସଦସ୍ୟଙ୍କ ଧାରଣା
- Post published:February 6, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul