ଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

You are currently viewing ଏଥରକ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ନିଜେ ଦେଲେ ସୂଚନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥରକ ନିର୍ବାଚନୀ ମୈଦାନକୁ ଓହ୍ଳାଇବେ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ଲଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବୟାନ ଏବେ ରାଜ୍ୟବ୍ୟାପୀ ଆଲୋଚନା ଜାରି ରହିଛି। ଧର୍ମେନ୍ଦ୍ରଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜେଡିକୁ ୨୪ ଲଢେଇରେ କଡା ଟକ୍କରର ସାମ୍ନା କରିବାକୁ ପଡ଼ିବ ।

ନିକଟରେ ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ପାଇଁ ବଡ ସଙ୍କେତ ଦେଇଛନ୍ତି। ସେ ସିଧାସଳଖ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ ବୋଲି ସଙ୍କେତ ଦେଇଛନ୍ତି। ଏହି ସାକ୍ଷାତକାରରେ ପଚରାଯାଇଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। ଆପଣ ଏଥରକ ନିର୍ବାଚନ ଲଢିବେ କି ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ମୁଁ ନିର୍ବାଚନ ଲଢିବା ପାଇଁ ଦଳର ନେତୃତ୍ବଙ୍କୁ ଅନୁରୋଧ କରିସାରିଛି। ଏଥର ମୁଁ ନିର୍ବାଚନ ଲଢିବି।’

ତେବେ ବିଧାନସଭା କି ଲୋକସଭା ପ୍ରଶ୍ନରେ, କୌଣସି ଉତ୍ତର ନ ରଖି ହାଲକା ହସି ଚୁପ୍‌ ରହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ। ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି। ତେଣୁ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ ଧର୍ମେନ୍ଦ୍ରଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି।

Share

Leave a Reply