ଟ୍ରକ ଲୋଡିଙ୍ଗକୁ ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଲେ ଛେଣ୍ଡିପଦା ଟ୍ରକ ମାଲିକ

You are currently viewing ଟ୍ରକ ଲୋଡିଙ୍ଗକୁ ନେଇ ଶାନ୍ତିପୂର୍ଣ୍ଣ ଧାରଣା ଦେଲେ ଛେଣ୍ଡିପଦା ଟ୍ରକ ମାଲିକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ରାଇଝରଣ ଠାରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦେବା ଦାବିରେ ରାଇଝରଣ ଠାରେ ଟ୍ରକ ମାଲିକ ମାନେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି। ଛେଣ୍ଡିପଦା ଟ୍ରକ ମାଲିକ ତଥା ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ ଶତଧିକ ଟ୍ରକ ମାଲିକ ରାଇଝରଣ ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ।

ସୂଚନା ଯେ, କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଲୋଡିଙ୍ଗ କରୁଥିବା ବେଳେ ଛେଣ୍ଡିପଦା ବ୍ଳକ ଅଞ୍ଚଳର ଟ୍ରକ ଗୁଡିକୁ ସ୍ଥାନୀୟ କମ୍ପାନୀ ପକ୍ଷରୁ ଲୋଡିଙ୍ଗ ଦେବା ପାଇଁ ଛେଣ୍ଡିପଦା ଟ୍ରକ ମାଲିକଙ୍କ ପକ୍ଷରୁ ବାରମ୍ବାର ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ଟ୍ରକ ମାଲିକ ମାନେ ରାଇଝରଣ ଠାରେ ଥିବା ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ନିଷ୍ପତି ନେଇଥିଲେ।

ଏନେଇ ଟ୍ରକ ମାଲିକ ମାନେ ବ୍ଲକର ପ୍ରତିନିଧି ଓ ଗ୍ରାମ ସଭାପତିଙ୍କ ସହଯୋଗ ଲୋଡ଼ିବା ସହିତ ଧାରଣା ଦେଇଥିଲେ। ଏହି ଧାରଣାରେ ବହୁ ଜଣ ପ୍ରତିନିଧି ଓ ଟ୍ରକ ମାଲିକ ମାନେ ଯୋଗ ଦଇଥିଲେ। ପରେ ଅନୁଗୁଳ ଏସଡିପିଓ ରମାକାନ୍ତ ମାହାଳିକଙ୍କ ଅଧକ୍ଷତାରେ ନିଶା ଥାନାରେ ଟ୍ରକ ମାଲିକଙ୍କୁ ନେଇ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ତଥା ପ୍ରଶାସନକୁ ସନମ୍ମାନ ଦେଇ ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖାଯଇଥିଲା।

ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଟ୍ରକ ମାଲିକ ମାନେ ରାଇଝରଣ ଠାରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବେ। ଯଦି ଦାବୀ ପୂରଣ ନହୁଏ ତେବେ ଟ୍ରକ ମାଲିକ ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି।

ଏହି ଧାରଣରେ ବିଜେପି ନେତା ଅଜିତ ପ୍ରଧାନ, କଂଗ୍ରେସ ନେତା ନରୋତ୍ତମ ନାଏକ, ଗୋବିନ୍ଦ ନାଏକ, ଜରପଡା ସରପଞ୍ଚ ବିଦେଶୀ ବେହେରା ଟ୍ରକ ମାଲିକ କୁମୁଦ ଚନ୍ଦ୍ର ଗଡ଼ନାୟକ, ବନବିହାରୀ ସାହୁ, କରୁଣାକର ବିଶ୍ୱାଳ, ମନୋଜ ସାହୁ, ଦିବ୍ୟ ରଞ୍ଜନ ପ୍ରଧାନ, ସୌମ୍ୟ ରଞ୍ଜନ ବେହେରା, ଜୟନ୍ତ କୁମାର ସାହୁ, ପ୍ରଭାତ କୁମାର ସାହୁ, ମନମୋହନ ପ୍ରଧାନ, ରଜତ ସାହୁ, ସିପୁନ ସାହୁ, ଜିତେନ୍ଦ୍ରିୟ ଦେହୁରୀଙ୍କ ସମେତ ଶତାଧିକ ଟ୍ରକ ମାଲିକ ସାମିଲ ଦେଇଥିଲେ।

Share

Leave a Reply