ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ, ବାଘ ବେଶରେ ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ଧାରଣା

You are currently viewing ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ, ବାଘ ବେଶରେ ଜିଲ୍ଲାପାଳଙ୍କ ଅଫିସରେ ଯୁବକଙ୍କ ଧାରଣା

ଅନୁଗୁଳ: ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ। ଜଙ୍ଗଲ ବିଭାଗକୁ ଜୀବନ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଘ ବେଶରେ ଧାରଣା ଦେଇଛନ୍ତି ସ୍ଥାନୀୟ ପାଳଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲ୍ଲୀପ କୁମାର ସାହୁ।

ସୂଚନା ମୁତାବକ, ଦିଲ୍ଲୀପ କୁମାର ସାହୁ ଏକ ହାତୀ ସୁସଜ୍ଜିତ ଗାଡ଼ିରେ ବନ୍ୟପ୍ରାଣୀ ବେଶରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ସଚେତନ କହୁଛନ୍ତି। ଗତ ୨୬ ତାରିଖ ଦିନ ସେ ପାଳଲହଡ଼ା ଉପଜିଲ୍ଲାପାଳଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ଡିସେମ୍ବର ୩୧ ତାରିଖ ମଧ୍ୟରେ ପ୍ରଶାସନ ଆଲୋଚନା ନ କଲେ ସେ ଜାନୁୟାରୀ ୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଦେବେ ବୋଲି କହିଛନ୍ତି ଦିଲ୍ଲୀପ।

Share

Leave a Reply