ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ! ପୋଷ୍ଟରରେ ନାହିଁ ଦଳୀୟ ଚିହ୍ନ କି ନେତାଙ୍କ ଫଟୋ

0

ଅନୁଗୁଳ: ରାଜ୍ୟ ସରକାର ବଦଳିବା ପରେ ବିଜେଡିର ନେତାଙ୍କ ମତିଗତି ବି ପରିବର୍ତ୍ତନ ହେଲା ଭଳି ଗନ୍ଧ ଆସୁଛି। କିଛି ନେତା ଖୋଲାଖୋଲି ଦଳ ବିରୋଧରେ ମୁହଁ ଖୋଲୁ ନ ଥିବା ବେଳେ ସେମାନଙ୍କ କାର୍ଯ୍ୟ କିନ୍ତୁ ଅନେକ କିଛି କହୁଛି। ସେଭଳି ଏକ ଉଦାହରଣ ହେଉଛନ୍ତି ଢେଙ୍କାନାଳ ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ। ଡା. ସାମଲ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବାର କିଛି ସମୟ ପରେ ପରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ଟିକେଟ୍ ମଧ୍ୟ ହାତେଇଥିଲେ। ଗତ ନିର୍ବାଚନରେ ନିଜର ପୋଷ୍ଟର,ବ୍ୟାନର ସହିତ ସମସ୍ତ ଶୁଭେଚ୍ଛା ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ସହିତ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏବଂ 5 ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ଫଟୋ ମଧ୍ୟ ଲଗାଉଥିଲେ।

କିନ୍ତୁ ଏବେ ଦଳ ତଥା ନିଜେ ହାରିବା ପରେ ଡା. ଅବିନାଶ ସାମଲ ହଠାତ୍ ବଦଳିଯାଇଛନ୍ତି। ଚଳିତ ରଥଯାତ୍ରାରେ ନିଜ ଶୁଭେଚ୍ଛା ବାର୍ତ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ଦଳୀୟ ଶଙ୍ଖ ଚିହ୍ନ ବ୍ୟବହାର ନକରି ସେ ନିଜର ଶୁଭେଚ୍ଛା ଜଣାଇଛନ୍ତି। ଏଣୁ ଚର୍ଚ୍ଚା ହେଉଛି ଯେ ବୋଧେ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି।

Leave A Reply

Your email address will not be published.

error: Content is protected !!