ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ) ଡ଼ା ବିଶ୍ଵ ବିହାରୀ ମହାନ୍ତି ବୁଧବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଗତ ୩୮ ବର୍ଷ ଚାକିରୀ କାଳ ମଧ୍ୟରେ ସେ ଜିଲ୍ଲା ଯକ୍ଷ୍ମା ଏବଂ ମ୍ୟାଲେରିଆ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରି ଜିଲ୍ଲା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏଥିପାଇଁ ମେଡିକାଲରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଏଥିରେ ଯୋଗ ଦେଇ ଡ଼ା ମହାନ୍ତିଙ୍କ ନିଷ୍ଠା ଓ ସାଧୁତାର ଉଚ୍ଚ ପ୍ରଶଂସା କରିଥିଲେ।ହସ୍ପିଟାଲର ବରିଷ୍ଠ କର୍ମଚାରୀ ନଳିନୀ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡ଼ା ପୂର୍ଣ୍ଣିମା ଉଦଗାତା,ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡ଼ା ଅନ୍ତର୍ଯ୍ୟାମୀ ମିଶ୍ର ଓ ବହୁ ସ୍ବାସ୍ଥ୍ୟ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।
ଜିଲ୍ଲା କୁଷ୍ଠ ଅଧିକାରୀ ଅବସର ନେଲେ
- Post published:May 1, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul