ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍କୁଲରେ ଅଫ୍‌ସାଇଟ୍ ଆପାତକାଳୀନ ମକଡ୍ରିଲ

You are currently viewing ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍କୁଲରେ ଅଫ୍‌ସାଇଟ୍ ଆପାତକାଳୀନ ମକଡ୍ରିଲ

ଅନୁଗୁଳ: ଆଜି ପୂର୍ବାହ୍ନରେ ପରଙ୍ଗର ସେଣ୍ଟେନାରୀ ଟ୍ରାଇବାଲ ଉଚ୍ଚ ବିଦ୍ୟାଳୟରେ ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଗ୍ୟାସ ଦୁର୍ଘଟଣା ହେଲେ କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଉପନିର୍ଦ୍ଦେଶକ କାରଖାନା ଓ ବାକ୍ଷିତ ରମେଶ କୁମାର ବେହେରା, ସହନିର୍ଦ୍ଦେଶକ କାରଖାନା ଓ ବାର୍ଷିତ ଅର୍ଚ୍ଚନା ଦାସ, କ୍ଷେତ୍ରୀୟ ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନନ୍ତ କୁମାର ମଲ୍ଲିକ, ଜିଲ୍ଲା ଆପାତକାଳୀନ ଅଧିକାରୀ ଅଜୟ କୁମାର ଗଡନାୟକ, ଆଇଆଇସି ପ୍ରିୟବ୍ରତ ଦାସ, ଜିଲ୍ଲା ଶ୍ରମ ଅଧିକାରିଣୀ ଇତିଶ୍ରୀ ଗାଗରାଇ, ସହକାରୀ ଅଗ୍ନିଶମ ଅଧିକାରୀ ଉମାକାନ୍ତ ନାୟକ, ସ୍ଥାନୀୟ ସରପଞ୍ଚ ଶବର ବେହେରାଙ୍କ ସମେତ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧିକାରୀମାନେ ଯୋଗ ଦେଇଥିଲେ।

Share

Leave a Reply