ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

You are currently viewing ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟରେ ଏକ ସ୍କୁଲ ସ୍ତରୀୟ ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏଚଡିଆରଏଫ, କଟକ ମଣ୍ଡଳଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବାତ୍ୟା, ବଜ୍ରପାତ, ନିଆଁ, ରାସ୍ତା ଦୁର୍ଘଟଣା, ପାଣି ବୁଡିରୁ ଛାତ୍ର ଛାତ୍ରୀମାନେ ନିଜକୁ କିପରି ରକ୍ଷା କରିପାରିବେ ସେ ସମ୍ବନ୍ଧରେ ବିଭିନ୍ନ କଳା କୌଶଳ ମାଧ୍ୟମରେ ଏନଡିଆରଏଫ ଟିମ୍‌ଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଅନୁଗୁଳ ତହସିଲଦାର  ଆଲୋକ କୁମାର ଦେହୁରୀଙ୍କ ସମେତ ପିଟିସି ଊଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply