ଆଇନଜୀବୀ ପେଶା ସହିତ ଅନ୍ୟ ପେଶା ରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

You are currently viewing ଆଇନଜୀବୀ ପେଶା ସହିତ ଅନ୍ୟ ପେଶା ରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ଓଡ଼ିଶା ଷ୍ଟେଟ ବାର କାଉନସିଲର ନିର୍ଦ୍ଦେଶ ମତେ ଆଜି ଅନୁଗୁଳ ବାରର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ବାର କାଉନସିଲର ପଞ୍ଜୀକୃତ ସଦସ୍ୟ ମାନେ ଆଇନସେବା ବ୍ୟତୀତ ଯଦି ଅନ୍ୟ କୌଣସି ଲାଭ ଜନକ ବୃତ୍ତି,ଚାକିରୀ ବା ପେଶାରେ ଥାଆନ୍ତି ତା ହେଲେ ଆଡଭୋକେଟ୍ ଆକ୍ଟ ଅନୁସାରେ ସେମାନଙ୍କୁ ତାହା ଛାଡ଼ିବାପାଇଁ ପଡ଼ିବ। ଦୁଇଟି ଯାକ ପେଶା ଏଣିକି ଆଇନଜୀବୀ ମାନେ ରଖି ପାରିବେ ନାହିଁ।

ଅନ୍ୟ ପେଶାକୁ ଅଧିକ ଉପଯୋଗୀ ମନେକଲେ ବାର ଲାଇସେନ୍ସକୁ ସରଣ୍ଡର କରିବାକୁ ପଡ଼ିବ। ସରଣ୍ଡର କରିବାର ଶେଷ ତାରିଖ ଆଗାମୀ ୧ ଅକ୍ଟୋବର ରଖା ଯାଇଛି। ଏହି କାରଣରୁ ଅନୁଗୁଳର ସମସ୍ତ ଆଇନଜୀବୀ ମାନଙ୍କୁ ବାରରୁ ନିର୍ଦ୍ଧାରିତ ଫର୍ମ ଆଣି ପୂରଣ କରି ଅନ୍ୟ ପେଶାରେ ଆଉ ନାହାନ୍ତି ବୋଲି ଏକ ଘୋଷଣାନାମା ଦେବାକୁ ପଡ଼ିବ। ଫର୍ମ ଦାଖଲର ଶେଷ ତାରିଖ ଅକ୍ଟୋବର ୩/୨୦୨୫ ବୋଲି ଧାର୍ଯ୍ୟ କରାଯାଇଛି। ଏହି ନୋଟିସକୁ ଅବମାନନା କଲେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୁଳ ବାର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

Share

Leave a Reply