ଅନୁଗୁଳ: ତ୍ରିରଙ୍ଗାକୁ ଅସମ୍ମାନ। ମାସାଧିକ କାଳ ଅନ୍ଧାରରେ ଉଡ଼ିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ପଡ଼ିଛି। ଅନୁଗୁଳ ରେଲୱେ ଷ୍ଟେସନ୍ଠାରେ ଏଭଳି ଘଟଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।ରେଳ ବିଭାଗ କେବଳ ଏକ ବିରାଟ ଖମ୍ବରେ ଜାତୀୟ ପତାକା ଉଡ଼ାଇ ଦେଇଛି ସିନା, ହେଲେ ଏହାର ରକ୍ଷଣାବେକ୍ଷଣ କଥା ସମ୍ପୂର୍ଣ ଭାବେ ଭୁଲିଯାଇଛି। ସୂଚନା ମୁତାବକ, ଚଳିତ ବର୍ଷ ରେଳ ବିଭାଗ ପକ୍ଷରୁ ରେଲୱେ ଷ୍ଟେସନ୍ ସାମ୍ନାରେ ଏକ ବିରାଟ ଖମ୍ବରେ ଜାତୀୟ ପତାକା ସ୍ଥାପନ କରାଯାଇଥିଲା। ୨୪ ଘଣ୍ଟିଆ ପତାକା ଉଡ଼ିବା ପାଇଁ ଆଲୋକୀକରଣ ବ୍ୟବସ୍ଥା ହୋଇଥିଲା। କିଛିଦିନ ତ୍ରିରଙ୍ଗା ଫର୍ ଫର୍ ହୋଇ ଉଡ଼ିବା ପରେ ମାସେ ହେଲା ଏହାକୁ ଅସମ୍ମାନ କରିଚାଲିଛି ରେଳ ବିଭାଗ । ଆଲୋକୀକରଣ ବ୍ୟବସ୍ଥା ଅଚଳ ହୋଇଯିବାକୁ ଅନ୍ଧାରରେ ଜାତୀୟ ପତାକା ଉଡୁଥିଲା। ତେବେ ରବିବାର ଦିନ ପତାକାଟି ଛିଣ୍ଡି ତଳେ ପଡ଼ିଥିଲା। ଦୀର୍ଘ ସମୟ ପରେ ତଳେ ପଡ଼ି ରହିବା ପରେ କେହି ଖୁଣ୍ଟରେ ବାନ୍ଧି ଦେଇଛନ୍ତି ।
ଜାତୀୟ ପତାକାକୁ ଅସମ୍ମାନ
- Post published:June 7, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
