ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଜମି ଚିହ୍ନଟକୁ ନେଇ ଅସନ୍ତୋଷ, ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ

0

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ( ବଇଣ୍ଡା ଶାଖା )ର ନିଜସ୍ୱ ଜମି ଚିହ୍ନଟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ବ୍ୟାଙ୍କର ଘରବାରି ୫୫ ଡିସିମିଲ ଓ ତଇଲା ୭୮ ଡିସିମିଲ ଜମିକୁ ସୋମବାର କିଶୋରନଗର ତହସିଲ ପକ୍ଷରୁ ଚିହ୍ନଟ କରାଯାଇଛି। ହେଲେ ଚିହ୍ନଟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ସୋମବାର ଦିନ ରାଜସ୍ୱ ବିଭାଗର ସୁପରଭାଇଜର ସର୍ବେଶ୍ୱର ସ୍ୱାଇଁ, ନାକିଚି ଆରଆଇ ଦୟାନିଧି ମିର୍ଧା, ବାମୁର ଆରଆଇ ଅରବିନ୍ଦ ରଣଭୂଇଁଶା, ବଇଣ୍ଡା ଆରଆଇ ଆନନ୍ଦ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଅମିନ ଏସ ସାହୁ ଜମିକୁ ଚିହ୍ନଟ କରିଥିଲେ। ବ୍ୟାଙ୍କର ନୁଁନୁକାପଶି ମୌଜାରେ ଥିବା ଖାତା ନମ୍ବର ୧୧୪/୫୩ର ପ୍ଲଟ ନମ୍ବର ୪୭୭, ୪୭୯, ୪୭୧, ୧୨୯୨ ରେ ଥିବା ୫୫ ଡିସିମିଲ ଘର ବାରି ଜମି, ୭୮ ତଇଲା ଜମି ଗୁଡିକ ଚି଼ହ୍ନଟ କରାଯାଇଥିଲା। ହେଲେ ଏକ ଅସ୍ଥାୟୀ ପଥରରୁ ସୀମା ନିର୍ଦ୍ଧାରଣ କରାଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେହିପରି ବ୍ୟାଙ୍କର ନୂତନ ଭାବରେ ନିର୍ମାଣ ହୋଇଥିବା ଗୃହର କିଛି ଅଂଶ ବେସରକାରୀ ଜମିରେ ହୋଇଥିବା ରାଜସ୍ୱ ବିଭାଗ ଦର୍ଶାଇବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏ ନେଇ ବଇଣ୍ଡା ଆରଆଇ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଜମି ଚିହ୍ନଟ କରାଯାଇଛି। ବ୍ୟାଙ୍କର କିଛି ଅଂଶ ବେସରକାରୀ ଜମିରେ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.

error: Content is protected !!