ଅନୁଗୁଳ: ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାପକ୍ଷରୁ ଜିଲ୍ଲାର ଆଠଟି ବ୍ଲକ ଓ ତିନୋଟି ପୌରାଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରାଯିବ । ଏନେଇ ଓବିସି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଏକ ବୈଠକର ଆୟୋଜନ କରାଯାଇଥିଲା । ଅପରାହ୍ନରେ ଜୁମ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଯୋଗଦେଇ ରାଜ୍ୟସରକାର ପ୍ରଥମେ ଓବିସିଙ୍କ ସଂରକ୍ଷଣ ସ୍ଥିର କରନ୍ତୁ ତା’ପରେ ପଞ୍ଚାୟତ ନିର୍ବାଚନ କରନ୍ତୁ ବୋଲି ଦାବି କରିଥିଲେ। ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ପ୍ରଦୀପ ପ୍ରଧାନ ଯୋଗଦେଇ ଓବିସି ସଂରକ୍ଷଣ ପାଇଁ ବିଜେପିର କାର୍ଯ୍ୟପନ୍ଥା ଉପରେ କହିଥିଲେ। ବିଭିନ୍ନ ବ୍ଲକ ଓ ପୌରାଞ୍ଚଳଗୁଡିକରେ ୮ ତାରିଖ ମଧ୍ୟରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଭାରୀ ଭାବେ ଦୁଇ ସାଧାରଣ ସମ୍ପାଦକ ଯଶୋବନ୍ତ ପ୍ରସାଦ ବେହେରା, ଲକ୍ଷ୍ମଣକୁମାର ସାହୁ, ସମ୍ପାଦକ ହରେକୃଷ୍ଣ ପ୍ରଧାନ, ଉପସଭାପତି ସୁମନ୍ତ ପ୍ରଧାନ, କହ୍ନେଇ ସାହୁ ମିଡ଼ିଆ ସେଲ ପ୍ରମୁଖ ଭୀଷ୍ମ ପ୍ରଧାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ବିଜେପି ଓବିସି ମୋର୍ଚ୍ଚା ପ୍ରତିବାଦ ବୈଠକ
- Post published:January 5, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
