ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

You are currently viewing ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ କାର୍ଯ୍ୟାଳୟ ପବିତ୍ର ମୋହନ ସଭାଗୃହରେ ସୋମବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜନସାଧରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଅଞ୍ଚଳବସୀ ବିଭିନ୍ନ ସମସ୍ୟା ସଂପର୍କରେ ୧୪୪ଟି ଅଭିଯୋଗ ଉପସ୍ଥାପିତ କରିଥିଲେ। ରାଜସ୍ଵ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହୀନଙ୍କୁ ଜମିପଟ୍ଟା, ରାସ୍ତା,ପାନୀୟ ଜଳ ସମସ୍ୟା, କ୍ଷତିଗ୍ରସ୍ତ ପ୍ରଜାଙ୍କ କ୍ଷତିପୂରଣ, ନିଯୁକ୍ତି, ଥଇଥାନ ସମସ୍ୟା ସଂପର୍କରେ ଲୋକମାନେ ଅଭିଯୋଗ କରିଥିଲେ। କରିଥିଲେ। ଏହାର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଚିକିତ୍ସାଧିକାରୀ ଜିଲ୍ଲା ମୁଖ୍ୟ ଡା. ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, କଣିହାଁ ବିଡ଼ିଓ ନିଶାନ ମିଶ୍ର, ତହସିଲଦାର ପତିତପାବନ ଦେବତା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Share

Leave a Reply