ଅନୁଗୁଳ: ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରମୁହାଁ। ଅନୁଗୁଳ ଜିଲ୍ଲାରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଏହାକୁ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଅନୁଗୁଳ ପୌରପାଳିକାର ପୂର୍ବତନ କଂଗ୍ରେସ କାଉନ୍ସିଲରମାନେ । ପୂର୍ବତନ କାଉନସିଲର ବଲବୀର ସିଂହଙ୍କ ନେତୃତ୍ବରେ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ସହରର ବିଭିନ୍ନ ପେଟ୍ରୋଲ୍ ପମ୍ପ୍ ରେ ମୋଦି ସରକାରଙ୍କ ଅଚ୍ଛେଦିନ ବିରୁଦ୍ଧରେ ନାରା ପକାଇବା ସହ ମିଠା ବାଣ୍ଟିଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀ, ତୈଳଦର ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ପାଉଥିବାରୁ ମିଠା ବାଣ୍ଟୁଛୁ। ଆଗାମୀ ଦିନରେ ତୈଳ ଦର ବୃଦ୍ଧି ହେଲେ କଂଗ୍ରେସର ବିରୋଧ ଜାରି ରହିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ନିରଞ୍ଜନ କର, ପ୍ରଶାନ୍ତ କୁମାର ନାୟକ, ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ମହିଳା କଂଗ୍ରେସ ନେତ୍ରୀ କାସିଦା ଖାନ୍, ମାନସ ରଞ୍ଜନ ବିଶ୍ବାଳ, ଜିତେନ୍ଦ୍ର ପଣ୍ଡା, ପିଣ୍ଡୁ ମହାନ୍ତି ପ୍ରମୁଖ ସାମିଲ ଥିଲେ।
ତୈଳ ଦର ବୃଦ୍ଧି ପ୍ରତିବାଦରେ ମିଠା ବାଣ୍ଟିଲେ
- Post published:July 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul