ଅନୁଗୁଳ: ଅନୁଗୁଳ ପୌରପାଳିକା ଟାଉନ୍ହଲ ଠାରେ ବୁଧବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ସପ୍ତମ କାର୍ଯ୍ୟାଦେଶ ଓ ଯାଗା ମିଶନ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଥିଲା। ଓଡ଼ିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ଶ୍ରୀ ସିଂହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଯାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେଇ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରାଯାଇଛି ବୋଲି କହିଥିଲେ।ଅନୁଗୁଳ ବାସୀଙ୍କ ପାଇଁ ୩୫୦ କୋଟି ଟଙ୍କା ବ୍ୟୟରେ ମହାନଦୀରୁ ପାଣି ଅଣାଯାଇ ଦିଆଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଅନୁଗୁଳ ସହରର ସବୁଜିମା ଓ ଉନ୍ନତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ପୌରପାଳିକା କାର୍ଯ୍ୟାଳୟ ମଧ୍ୟରେ ଅଭିଯୋଗ ବାକ୍ସ ଜରିଆରେ ଲୋକଙ୍କ ଦାବି ଆପତ୍ତି ପ୍ରତି ଧ୍ୟାନ ଦିଆଯିବ ବୋଲି କହିଥିଲେ। ସଭାରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଆବାସ ଯୋଜନାରେ କିଭଳି ଗୃହ ନିର୍ମାଣ କରାଯିବ ଏବଂ ପ୍ରୋତ୍ସାହନ ରାଶି ଦିଆଯିବ ତାହା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନଗରପାଳ ଅନୁପମା ସାହୁ ଓ ବହୁ ନିର୍ବାଚିତ କାଉନ୍ସିଲର ଯୋଗ ଦେଇଥିଲେ। ସଭାରେ ଦଶ ଗୋଟି ବସ୍ତିଯାଗା ମିଶନ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଓ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।
ଅନୁଗୁଳ ପୌରପାଳିକା ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଯାଗା ମିଶନ ପଟ୍ଟା ବଣ୍ଟନ
- Post published:April 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
