ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷାକୁ ଗୁରୁତ୍ୱ: ୪ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ଲାପଟପ ବଣ୍ଟନ କଲେ ଜିଲ୍ଲାପାଳ

You are currently viewing ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷାକୁ ଗୁରୁତ୍ୱ: ୪ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ଲାପଟପ ବଣ୍ଟନ କଲେ ଜିଲ୍ଲାପାଳ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ଦୃଷ୍ଟି ବାଧିତ ୪ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦିଆଯାଉଥିବା ଏହି ସ୍ଵତନ୍ତ୍ର ଲାପଟପକୁ ଜିଲ୍ଲାପାଳ ଅବ୍ଦାଲ ଏମ. ଅଖତର ବଣ୍ଟନ କରିଥିଲେ।

ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି କଳା ପଢ଼ୁଥିବା ମୋନାଲିସା ତ୍ରିପାଠୀ, କ୍ଷୀରୋଦ ପ୍ରଧାନ, ରେଭେନ୍ସାରେ ପଢ଼ୁଥିବା ସୁଚରିତା ବେହେରା ଏବଂ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଗୌତମ ବେହେରାଙ୍କୁ ଲାପଟପ ବଣ୍ଟାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ସହାୟତା କରିଥିଲେ।

Share

Leave a Reply