ଅନୁଗୁଳ: ସପ୍ତାହେ ଧରି ଲାଗି ରହିଥିବା ବର୍ଷା ଯୋଗୁ ଅନୁଗୁଳ ବ୍ଲକର ଟିକରପଡା ପଞ୍ଚାୟତ ଗମ୍ଭୀର ପ୍ରଭାବିତ ହୋଇଛି। ଲୋକଙ୍କୁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏ ଅବସରରେ ଅରୁଣାଭ ସିଂହ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, କାଉନସିଲର ସୁଶୀଲ ମୁଖୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଖଲାରୀ ସମିତି ସଭ୍ୟ ରାକେଶ ନନ୍ଦ, ସରୋଜ ନାଏକ, ପ୍ରବୀଣ ସାମଲ, କମ୍ଭୁ ନାଏକ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ।
ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ୨୦୦ କେଜି ଚୁଡା, ୭୫ କେଜି ଚିନି, ୨୪୦ ପ୍ୟାକେଟ ବିସ୍କୁଟ, ୫ କାନ୍ଦି କଦଳୀ ଇତ୍ୟାଦି ବଣ୍ଟନ କରାଯାଇଛି। ଏଥି ସହ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ସନ୍ତୋଷ ପ୍ରଧାନ, ଉପ-ଜିଲ୍ଲାପାଳ ବୈତୁରା ଦୀପ, ତହସିଲଦାର ବିମଳ ଲେଙ୍କା ପ୍ରମୁଖ ଲୋକଙ୍କ ସହ ଆଲୋଚନା କରିଛନ୍ତି।