ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ପରିଷଦର ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ,କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ, ନଗରପାଳ ଅକ୍ଷୟ ସାମନ୍ତ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ସବୁ ଉପଖଣ୍ଡ କ୍ରୀଡା ସଂସଦ ସମ୍ପାଦକ,ସଦସ୍ୟଙ୍କ ସମେତ ସଦସ୍ୟ ଆଇନଜୀବୀ ପ୍ରଦୀପ ଦେବତା ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ପୂର୍ବ ବର୍ଷର ଆୟ ବ୍ୟୟ ଗୃହୀତ ହୋଇଥିଲା। ଜିଲ୍ଲାରେ କ୍ରୀଡାର ଉନ୍ନତି ପାଇଁ ୨୩ ଲକ୍ଷ ଟଙ୍କାର ବଜେଟ୍ ଗୃହୀତ ହୋଇଥିଲା। ଅନୁଗୁଳରେ ଏକ ଫୁଟବଲ୍ ଏକାଡେମୀ ଗଠନ କରାଯିବା ସହ ବାର୍ଷିକ କ୍ରୀଡା କ୍ୟାଲେଣ୍ଡର ସ୍ଥିର କରାଯାଇଥିଲା।ସେହିପରି ଆଗାମୀ ବର୍ଷଠାରୁ ଅନୁଗୁଳରେ କିଭଳି ସାହାଣୀ କପ୍ ଆୟୋଜିତ ହେବ ସେଥିନେଇ ବିଭିନ୍ନ ପ୍ରସଙ୍ଗରେ ସଦସ୍ୟ ମାନେ ଆଲୋଚନା କରିଥିଲେ।