ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଆୟୋଜିତ, ଯୋଗ ଦେଲେ ୨୪୨ ଜଣ ପ୍ରଧାନଶିକ୍ଷକ

You are currently viewing ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଆୟୋଜିତ, ଯୋଗ ଦେଲେ ୨୪୨ ଜଣ ପ୍ରଧାନଶିକ୍ଷକ

ଅନୁଗୁଳ: ଅନୁଗୁଳ ସଭାଘର ପରିସରରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶିନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଅବଦଲ ମୁହମ୍ମଦ ଅଖତର, ମୁଖ୍ୟବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର
ଶିବାନନ୍ଦ ମହାନ୍ତି, ଓଡିଶା ସରକାରଙ୍କ ଅବସର ପ୍ରାପ୍ତ ଯୁଗ୍ମ ଶିକ୍ଷା ନିର୍ଦ୍ଦେଶକ ମର୍କତ କେଶରୀ ରାୟ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ ଏବଂ ସଭାପତି ଭାବରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଡାକ୍ତର ମହାନ୍ତି କହିଥିଲେ “ସ୍ବାସ୍ଥ୍ୟ ସମ୍ପଦ-ମୁଁ ଆଶା କରୁଛି ଆମେ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରି ଜଣେ ଜଣେ ସୁଦକ୍ଷ ନାଗରିକ ଭାବେ ଗଢିତୋଳିବାରେ କୌଣସି ଅବହେଳା କରିବେ ନାହିଁ।”

ସମ୍ମିଳନୀରେ ଜିଲ୍ଲାରୁ ସର୍ବମୋଟ ୨୪୨ ଜଣ ପ୍ରଧାନଶିକ୍ଷକ ଓ ୨୨୦ ଜଣ ବରିଷ୍ଠ ସହକାରୀ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏ ଅବସରରେ ଆୟୋଜିତ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀ କାର୍ଯ୍ୟକ୍ରମକୁ ଅତିଥିମାନେ ବୁଲି ଦେଖିଥିଲେ। ପ୍ରଦର୍ଶନୀରେ ଜିଲ୍ଲାରୁ ସର୍ବମୋଟ ୫୬ ଟି ବିଜ୍ଞାନ ପ୍ରକଳ୍ପ, ୫୬ ଜଣ ଛାତ୍ରଛାତ୍ରୀ, ୫୬ ଜଣ ଗାଇଡ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶନୀରେ ବିଚାରକମାନଙ୍କ ଦ୍ବାରା ୭ଟି ପ୍ରକଳ୍ପ ରାଜ୍ୟସ୍ତର ନିମନ୍ତେ ଚୟନ କରାଯାଇଛି। ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥି ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply