ଅନୁଗୁଳ: ସ୍ଥାନୀୟ ଧର୍ମଶାଳା ଠାରେ ରବିବାର ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ଦିନିକିଆ ମାନବାଧିକାର ସୁରକ୍ଷା ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନଳ ସାଂସଦ ମହେଶ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ। ଆଜି ଯୁଗରେ ମାନବାଧିକାର ସୁରକ୍ଷା ନେଇ ସଂଗଠନ ତାର କାର୍ଯ୍ୟଧାର। ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସମାଜ ସେବୀ କୃଷ୍ଣା ମହାନ୍ତି ସମାଜରେ ଗରିବ ଅସହାୟ ଲୋକଙ୍କ ପାଇଁ ମାନବ ଅଧିକାରର ସୁରକ୍ଷା ନିହାତି ଆବଶ୍ୟକ ବୋଲି କହିଥିଲେ। ଏଥିରେସଂଗଠନର ଅଧ୍ୟକ୍ଷ ମନୋଜ ଜେନା ତାଲିମ ଶିବିରର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ବିଶେଷଜ୍ଞ ବକ୍ତା ରୂପେ ନିରୂପମା ବେହେରା ଏବଂ ସସ୍ମିତା ସାହୁ ଯୋଗଦେଇ ଯୁବ ଡିଫେଣ୍ଡର ମାନଙ୍କୁ ତାଲିମ ଦେଇଥିଲେ। ସମାରୋହରେ ଆଇନଜୀବି ରାଜୀବ ପଟ୍ଟନାୟକ,ତାଲିମ ସଂଯୋଜିକା ମନୀଷ।ଦାସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମାଜରେ କିଭଳି ପ୍ରତିଦିନ ମାନବ ଅଧିକାର କ୍ଷୁର୍ଣ୍ଣ ହେଉଛି ତାହା ବର୍ଣ୍ଣନା କରିଥିଲେ। ସଂଗଠନର ଜିଲ୍ଲା ସଂଯୋଜକ ଶୁଭ୍ରାଂଶୁ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମାରୋହରେ ନିଜ ସମାଜସେବା ପାଇଁ ସମାଜସେବୀ ଚିନ୍ମୟୀ ଦାସ,ଗୋ ସେବା ପାଇଁ ରୁକେଶ ରୋଷନ ଦାସ, ଉଦ୍ୟମ ଫାଉଣ୍ଡେସନ ଏବଂ ବିଶିଷ୍ଟ ରକ୍ତ ଦାତା ସୁବୋଧ ମିଶ୍ରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର
- Post published:November 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul