ଅନୁଗୁଳ: ଆସନ୍ତା ଜାନୁୟାରୀ, ଫେବ୍ରୁୟାରୀ ଓ ମାର୍ଚ୍ଚ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜାନୁୟାରୀ ମାସ ୬ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ, ୨୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟ, ୨୭ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।
ସେହିପରି ଫେବ୍ରୁୟାରୀ ମାସ ୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କିଶୋରନଗର ବ୍ଲକ କାର୍ଯ୍ୟାଳୟ, ୧୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ, ୧୭ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କଣିହାଁ ବ୍ଲକ କାର୍ଯ୍ୟାଳୟ, ୨୪ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।
ସେହିପରି ମାର୍ଚ୍ଚ ମାସ ୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ୧୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ, ୧୭ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଓ ୨୪ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।
ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଜିଲ୍ଲା କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।