ଅନୁଗୁଳ: ଆସନ୍ତା ୯ ତାରିଖ ସୋମବାର ଦିନ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜିକରଣ ୬ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ। ଏଥିପାଇଁ ଆଗ୍ରହୀ ସ୍ଥାନୀୟ ଲୋକେ ଜନଶୁଣାଣି ପୋର୍ଟାଲ https://janasunani.odisha.gov.in/ ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜିକରଣ କରିପାରିବେ। ଶୁଣାଣି ବେଳେ ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇପାରିବେ। ପଞ୍ଜୀକରଣ କରିନଥିଲେ ସିଧାସଳଖ ଯୁଗ୍ମ ଶୁଣାଣି ଶିବିରରେ ଅଭିଯୋଗ ଦାଖଲ କରିପାରିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣିରେ ଭାଗ ନେବାକୁ କରନ୍ତୁ ଅନ୍ଲାଇନ୍ ପଞ୍ଜୀକରଣ, ଜାରି ହେଲା ୱେବସାଇଟ୍
- Post published:June 6, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


