ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଯୋଗ ଦେଲେ ମନ୍ତ୍ରୀ

You are currently viewing ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଯୋଗ ଦେଲେ ମନ୍ତ୍ରୀ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଚେରର ପବିତ୍ର ମୋହନ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାର ବିଭିନ୍ନ ଦିଗ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ଏହା ସହ ଜିଲ୍ଲାବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ଗୁରୁତ୍ବ ଦେବା ପାଇଁ ସେ କହିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଆଘାତ ଜନିତ ଚିକିତ୍ସା କେନ୍ଦ୍ର(ଟ୍ରମା ସେଣ୍ଟର) ପରିଦର୍ଶନ କରି ବ୍ୟବସ୍ଥାର ତଦାରଖ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଗୌରୀ ଶଙ୍କର ବଳ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply