ଅନୁଗୁଳ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ୨୦୨୬: ମାର୍ଚ୍ଚ ୧୮ରୁ ଆରମ୍ଭ ହେବ କ୍ରୀଡ଼ାବିତ୍ ଚୟନ

You are currently viewing ଅନୁଗୁଳ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ୨୦୨୬: ମାର୍ଚ୍ଚ ୧୮ରୁ ଆରମ୍ଭ ହେବ କ୍ରୀଡ଼ାବିତ୍ ଚୟନ

ଅନୁଗୁଳ: ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଅନୁଗୁଳ ଜିଲ୍ଲାରେ ବ୍ଲକ ଓ ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୮ ରୁ ୧୪ ବର୍ଷର କ୍ରୀଡ଼ାବିତ୍‌ମାନଙ୍କୁ ଚୟନ କରି ସେମାନଙ୍କୁ ସ୍ପୋର୍ଟସ ହଷ୍ଟେଲରେ ପ୍ରବେଶ ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

ଏହି ଅଭିଯାନରେ ଦୌଡ଼ ପ୍ରତିଯୋଗିତା ମାର୍ଚ୍ଚ ୧୮, ଖୋ-ଖୋ ମାର୍ଚ୍ଚ ୨୨ ଏବଂ ଭଲିବଲ୍ ପ୍ରତିଯୋଗିତା ମାର୍ଚ୍ଚ ୨୫ ତାରିଖରେ ସକାଳ ୭:୩୦ ରୁ ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ। କିଶୋରନଗର, ଆଠମଲ୍ଲିକ, ଅନୁଗୁଳ, ବଅଁରପାଳ, ଛେଣ୍ଡିପଦା, କଣିହାଁ, ତାଳଚେର ଓ ପାଲଲହଡ଼ା ଅଞ୍ଚଳର ପଞ୍ଜିକୃତ ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନ ଓ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି।

ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ୍ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ କ୍ରୀଡ଼ା ଶିକ୍ଷକ ଓ ପ୍ରତିଯୋଗୀଙ୍କୁ ସହଯୋଗ କାମନା କରିବା ସହ ଶୁଭକାମନା ଜଣାଇଛନ୍ତି।

Share

Leave a Reply