ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍ର ଆଜିର ପ୍ରଥମ ମ୍ୟାଚ୍ରେ ତଳମୂଳ ୫-୦ ଗୋଲରେ ଜରପଡାକୁ ପରାସ୍ତ କରିଥିଲା।
ଦ୍ଵିତୀୟ ମ୍ୟାଚ୍ ଟି ବାଗେଡିଆ ଓ ତାଳଚେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ବାଗେଡିଆ ୧-୦ ଗୋଲରେ ବିଜୟୀ ହୋଇଥିଲା। କଂଗ୍ରେସ ନେତା ପ୍ରବୋଧ କୁମାର ସ୍ବାଇଁ ଓ ରଞ୍ଜନ ଜେନା ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ସଂଘ ସଭାପତି ପବନ ସାହୁ,ସମ୍ପାଦକ ନିଲୁ ସାହୁ ଏବଂ କୋଷାଧ୍ୟକ୍ଷ ବିନୋଦ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶନିବାର ଜରପଡା ବନାମ ତାଳଚେର ଓ ତଳମୂଳ ବନାମ ବାଗେଡିଆ ଅନୁଷ୍ଠିତ ହେବ।


