ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

You are currently viewing ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଇନଡୋର ହଲରେ ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଯୋଗାସନ ଦେହ ଓ ମନକୁ ସୁସ୍ଥ ରଖେ, ତେଣୁ ପିଲାମାନେ ଏହାକୁ ନୀତି ଅଭ୍ୟାସ କରିବା ଦରକାର ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଶାରୀରିକ କ୍ରୀଡ଼ା
ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ଯୋଗ ଦେଇଥିଲେ। ଯୋଗାଚାର୍ଯ୍ୟ ଅଭୟ ରାୟ ପ୍ରତି ଯୋଗୀତା ପରିଚାଳନା କରିଥିଲେ। ୯ଜଣ ବିଜୟୀ ଛାତ୍ର ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନିତ କରାଯାଇଥିଲା। ଏହି ଯୋଗୀତାର ୬୦ଜଣ ଖେଳାଳୀଙ୍କୁ ଟି ସାର୍ଟ ପ୍ରଦାନ କରାଯାଇଥିଲା।

Share

Leave a Reply