ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଟିକରାପଡ଼ା ଅଞ୍ଚଳର ବନ୍ୟାଞ୍ଚଳକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପରିଦର୍ଶନ କରିଛନ୍ତି। ଏ ଅବସରରେ ସେ ଟିକରପଡାର ପାଞ୍ଚଟି ଗାଁର ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିଛନ୍ତି। ଏଥିସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଟିମ୍ ମଧ୍ୟ କ୍ୟାମ୍ପ କରିଛି। ବନ୍ୟାଞ୍ଚଳରେ ଏନଡିଆରଏଫ୍ ଟିମ୍, ଅଗ୍ନିଶମ ବିଭାଗ, ବନ ବିଭାଗ, ପୋଲିସ ବିଭାଗ ୨୪ ଘଣ୍ଟା ଉପସ୍ଥିତ ଥିବା ଜଣାଯାଇଛି। ତେବେ ବର୍ତ୍ତମାନ ବନ୍ୟା ପାଣି ଟିକେ କମିଥିବାରୁ ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚୁ ଥିବା ସୂଚନା ମିଳିଛି।
ଟିକରପଡ଼ା ବନ୍ୟାଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ, ଲୋକଙ୍କୁ ଯୋଗାଇଲେ ଶୁଖିଲା ଓ ରନ୍ଧା ଖାଦ୍ୟ
- Post published:August 18, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
