ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ

You are currently viewing ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ଏକ ଜରୁରୀ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ମହାସଂଘର ସଭାପତି ଯୁଗନ୍ମୟୀ ଦାଶ ଏବଂ ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଉଟସୋର୍ସିଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରାଯାଇଥିଲା।

କର୍ମଚାରୀମାନେ ମୁଖ୍ୟତଃ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଏବଂ ସମାନ କାମକୁ ସମାନ ଦରମା ପ୍ରଦାନ କରିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୫ ତାରିଖ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କରି ଐତିହାସିକ ନିଷ୍ପତ୍ତି ନେଲେ। କିନ୍ତୁ ରାଜ୍ୟର ବିଭିନ୍ନ ସରକାରୀ ଅଫିସ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏହି ଅବହେଳାକୁ କର୍ମଚାରୀମାନେ ଦୃଢ଼ ବିରୋଧ କରିଛନ୍ତି। ଆଗକୁ ସରକାର ସେମାନଙ୍କ କଥା ବିଚାରକୁ ନେବେ ବୋଲି ସେମାନେ ଆଶା କରିଛନ୍ତି। ଆଜିର ବୈଠକରେ ଜିଲ୍ଲା ମହାସଂଘର ୫୦୦ରୁ ଊର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ବେଦାନ୍ତ, ସହଦ୍ର ରେହେମାନ, ମଦନମୋହନ ବଳିୟାର ସିଂ, ଜିଲ୍ଲା ଉପସଭାପତି ରମେଶ କୁମାର ପାତ୍ର, ସହ ସମ୍ପାଦକ ଜିତେନ୍ଦ୍ରବକୁମାର ନାୟକ, କୋଷାଧ୍ୟକ୍ଷ ବିକାଶ ପରମଗୁରୁ ଓ ଗୋପାଳକୃଷ୍ଣ ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply