ଅନୁଗୁଳ: ଅନୁଗୁଳ ଜିଲ୍ଲା ତରଫରୁ ଜିଲ୍ଲା ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସହର ଉପକଣ୍ଠ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖଲାରୀ ଠାରେ ଏହି ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲାର ସମସ୍ତ ୮ ବ୍ଲକରୁ ଚୟନ ହୋଇ ଆସିଥିବା ଖେଳାଳିଙ୍କୁ ନେଇ ମୋଟ ୮ ଟିମ୍ ଏଠାରେ ଯୋଗ ଦେଇଥିଲେ। ବାଳିକା ସ୍ତର କବାଡିରେ ପାଳଲହଡା ଚାମ୍ପିୟନ ହୋଇଥିବା ବେଳେ ଅନୁଗୁଳ ଦଳ ରନର୍ସ ଅପ୍ ହୋଇଥିଲା। ସେହିପରି ଖୋଖୋରେ ଅନୁଗୁଳ ଓ ଛେଣ୍ଡିପଦା ରନର୍ସଅପ ହୋଇଥିଲେ। କବାଡିରେ ବାଳକ ସ୍ତରରେ ବଅଁରପାଳ ଦଳ ଚାମ୍ପିୟନ ହୋଇଥିବା ବେଳେ ଅନୁଗୁଳ ରନର୍ସ ଅପ୍ ହୋଇଥିଲା। ଖୋଖୋ ପ୍ରତିଯୋଗିତାରେ ଛେଣ୍ଡିପଦା ଚାମ୍ପିୟନ ହୋଇଥିଲା। ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏହି ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା, ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କଲେ ଜିଲ୍ଲାପାଳ
- Post published:January 10, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul